ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ନେଇ ଇଡିକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ | News Room Odisha

ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ନେଇ ଇଡିକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରି ଓ ଇଡି ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଠାରୁ ଜବାବ ତଲବ କରିଛନ୍ତିି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ନେଇ ଇଡିକୁ ନୋଟିସ ଜାରି କରିଛନ୍ତିି। ଏପ୍ରିଲ୍ ୨୪ ସୁଦ୍ଧା ନୋଟିସର ଜବାବ ଦେବାକୁ ଇଡିକୁ କହିଛନ୍ତିି କୋର୍ଟ। ଏପ୍ରିଲ୍ ୨୯ରୁ ଏହି ମାମଲାର ଶୁଣାଣି ହେବ।

ଏହି ମାମଲାରେ ଇଡି ଦ୍ବାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରିକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଥିଲେ। ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ବୈଧ ବୋଲି କହିଥିଲେ । ବାରମ୍ବାର ସମନ ସତ୍ତ୍ୱେ ତଦନ୍ତରେ ଯୋଗଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନା କରିଦେବା ପରେ ଇଡି ନିକଟରେ “ବହୁତ କମ୍ ବିକଳ୍ପ” ଥିଲା ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।

ଇଡି ଦ୍ୱାରା ଗିରଫ ଏବଂ କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରିମାଣ୍ଡରେ ନେବା ବିରୋଧର ଆମ୍ ଆଦମୀ ପାର୍ଟି ଜାତୀୟ ଆବାହକଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ।

ଅବକାରୀ ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି ।