ମେଡିକାଲ କଲେଜରେ କରୋନା ବିସ୍ଫୋରଣ, ପୂର୍ଣ୍ଣ ଡୋଜ୍ ଟିକା ନେବା ସତ୍ତ୍ୱେ ୬୬ ଛାତ୍ର କରୋନା ପଜିଟିଭ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ଧାରୱାଡ ଜିଲ୍ଲାର ଏକ ମେଡିକାଲ କଲେଜରେ ୬୬ ଜଣ ଛାତ୍ର କରୋନା ପଜିଟିଭ ହେବା ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସମସ୍ତ ଛାତ୍ର ଏସଡିଏମ୍ ମେଡିକାଲ କଲେଜରେ ଏମବିବିଏସ୍ କରୁଛନ୍ତି | ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଛାତ୍ର କିଛି ଦିନ ତଳେ କଲେଜ କ୍ୟାମ୍ପସରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ | ସଂକ୍ରମିତ ଛାତ୍ରମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ ବୋଲି କୁହାଯାଇଛି । ସେମାନଙ୍କ କରୋନାର କୌଣସି ଲକ୍ଷଣ ମଧ୍ୟ ନାହିଁ ।

ସମସ୍ତଙ୍କୁ ସେମାନଙ୍କ ହଷ୍ଟେଲ ରୁମରେ କ୍ବାରେଣ୍ଟାଇନରେ ରଖାଯାଇଛି | ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ଯଶବନ୍ତ ମଦନିକର ହଷ୍ଟେଲ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସମସ୍ତ ଛାତ୍ରଙ୍କ କୋଭିଡ୍ ପରୀକ୍ଷା କରାଯାଇଛି |କଲେଜ୍ କ୍ୟାମ୍ପସକୁ ସାନିଟାଇଜ୍ କରାଯାଉଛି ଏବଂ କ୍ୟାମ୍ପସକୁ ସିଲ୍ କରାଯାଇଛି।

Comments are closed.