ତେଲେଙ୍ଗାନାରେ 'କାର୍'କୁ ଅଟକାଇଲା 'ହାତ' | News Room Odisha

ତେଲେଙ୍ଗାନାରେ ‘କାର୍’କୁ ଅଟକାଇଲା ‘ହାତ’

ହାଇଦ୍ରାବାଦ: ତେଲେଙ୍ଗାନାରେ ବିପୁଳ ବିଜୟ ଆଡ଼କୁ ମୁହାଁଉଛି କଂଗ୍ରେସ । ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ‘କାର୍’କୁ ଅଟକାଇ ଦେଇଛି କଂଗ୍ରେସର ‘ହାତ’। କେ.ଚନ୍ଦ୍ରଶେଖରଙ୍କ ‘ହ୍ୟାଟ୍ରିକ୍’ ଆଶା ଧୂଳିସାତ୍ ହୋଇଛି । ନିର୍ବାଚନ କମିଶନଙ୍କ ସଦ୍ୟତମ ସୂଚନା ଅନୁଯାୟୀ ଏହି ଗ୍ରାଣ୍ଡ ଓଲ୍ଡ ପାର୍ଟି ତେଲେଙ୍ଗାନାରେ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢ଼ିବାକୁ ଯାଉଛି ।

ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ‌ ମଧ୍ୟରୁ କଂଗ୍ରେସ ୬୧ଟି ଆସନରେ ଆଗୁଆ ଥିବାବେଳେ ବିଆରଏସ୍ ୩୬ ଏବଂ ବିଜେପି ୧୦ ଆସନରେ ଅଗ୍ରଣୀ ରହିଛି। ତେଲେଙ୍ଗାନା କଂଗ୍ରେସ ସଭାପତି ଅନୁମୁଲା ରେଭନ୍ତ ରେଡ୍ଡୀ କାମାରେଡି ଆସନରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପଛରେ ପକାଇ ଦେଇଛନ୍ତି । ମାଲକାଜଗିରିରୁ କଂଗ୍ରେସ ସାଂସଦ ଅଛନ୍ତି ରେଭନ୍ତ ରେଡ୍ଡୀ । ଏହାପୂର୍ବରୁ ସେ ୨୦୦୯ ଏବଂ ୨୦୧୪ରେ ଟିଡିପିରୁ ଦୁଇ ଥର ବିଧାୟକ ହୋଇଥିଲେ । ତେଲେଙ୍ଗାନା ଗଠନ ପରେ ମଧ୍ୟ ସେ ୨୦୧୪ ଓ ୨୦୧୮ରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।