ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କୁ ଜେଲ୍ | News Room Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କୁ ଜେଲ୍

ଜୟପୁର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୁଣୁପୁର ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ଜେଲ୍ ଦଣ୍ଡ ହୋଇଛି। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ୬ ମାସ ଜେଲରେ ରହିବାକୁ ପଡ଼ିବ । ସରୋଜ କୁମାର ପଣ୍ଡା ବର୍ତ୍ତମାନ ରାୟଗଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ଅଛନ୍ତି । କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଲା ପରେ ସରୋଜ ପଣ୍ଡାଙ୍କୁ ଚାକିରିରୁ ବରଖାସ୍ତ ପାଇଁ ଆବେଦନ କରିବ ।