ଭାରତୀୟ ରେଳବାଇର ସମସ୍ତ ୧୯ଟି ଜୋନରେ ଆରମ୍ଭ ହେବ ସୁରକ୍ଷା ଅଭିଯାନ, ସିଗ୍ନାଲ ବ୍ୟବସ୍ଥାର ହେବ ଚେକ୍

ଭୁବନେଶ୍ବର- ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଚେତା ପଶିଲା । ରେଳବାଇ ବୋର୍ଡ ପକ୍ଷରୁ ଏଣିକି ସମସ୍ତ ୧୯ଟି ଯାକ ଜୋନରେ ସୁରକ୍ଷା ଅଭିଯାନ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି। ଏହି ଅଭିଯାନ ବେଳେ ସିଗ୍ନାଲ ବ୍ୟବସ୍ଥାର ସୁପର ଚେକ୍‌କୁ ଗୁରୁତ୍ୱ ଦିଆଯିବ। କେଉଁ ଜୋନରେ ଅନିୟମିତତା ରହିଛି ଓ ଦକ୍ଷତାର ସହ କାମ ହେଉନି, ସେ ସବୁ ତଥ୍ୟ ଜୁନ ୧୪ ସୁଦ୍ଧା ବୋର୍ଡ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ରେଳବାଇ ବୋର୍ଡର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତେଜ ପ୍ରକାଶ ଅଗ୍ରୱାଲ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସବୁ ଜୋନକୁ ଚିଠି ଲେଖିଛନ୍ତି। ଷ୍ଟେସନ ଅଧୀନରେ ଥିବା ସମସ୍ତ ପ୍ରକାରର ସିଗ୍ନାଲ ସରଞ୍ଜାମକୁ ଭଲ ଭାବେ ଯାଞ୍ଚ କରିବାକୁ ସେ କହିଛନ୍ତି।

ଡବଲ ଲକିଂ ବ୍ୟବସ୍ଥ ସୁନିଶ୍ଚିତ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ରିଲେ ରୁମଗୁଡ଼ିକର ଦ୍ୱାର ଖୋଲିବା ଓ ବନ୍ଦ କରିବା ପାଇଁ ଡାଟା ଲଗିଂ ଓ ଏସଏମଏସ ଆଲର୍ଟ ବ୍ୟବସ୍ଥାକୁର କାର୍ଯ୍ୟକାରୀ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରାଯିବ। ଏଗୁଡ଼ିକ ଠିକ ଭାବେ କାମ କରୁଛି କି ନାହିଁ ସେକଥା ଅଧିକାରୀମାନେ ନିଶ୍ଚିତ କରିବେ।

Comments are closed.