ବ୍ରିଟେନରେ ବ୍ୟାପୁଥିବା ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍ ଭାରତରେ ଏଯାବତ୍ ମିଳିନାହିଁ

ନୂଆଦିଲ୍ଳୀ – ବ୍ରିଟେନରେ ବ୍ୟାପୁଥିବା କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍ ଭାରତରରେ ଏଯାବତ୍ ମିଳିନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । ଏହି ନୂଆ ଷ୍ଟ୍ରେନ୍ ପ୍ରଥମେ ସେପ୍ଟେମ୍ବରରେ ବ୍ରିଟେନରେ ଆବିଷ୍କୃତ ହୋଇଥିଲା ।
ଏହା ୭୦% ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହି ନୂଆ ଷ୍ଟ୍ରେନ୍ ଏପର୍ଯ୍ୟନ୍ତ ଭାରତରେ ମିଳିନଥିବା କେନ୍ଦ୍ର କହିଛି । ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍ ଯୋଗୁଁ ଅନେକ ଦେଶ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛନ୍ତି ।

ଭାରତ ମଧ୍ୟ ଡିସେମ୍ବର ୩୧ ଯାଏଁ ବ୍ରିଟେନରୁ ଆସୁଥିବା ସବୁ ବିମାନ ବାତିଲ କରିଛି । ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମଙ୍ଗଳବାର ଏସ୍‌ଓପି ଜାରି କରାଯାଇଛି । କରୋନାର ନୂଆ ରୂପ ନେଇ ଆତଙ୍କିତ ନ ହେବାକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଲୋକଙ୍କୁ କହିଛନ୍ତି । ସରକାର ଏନେଇ ସତର୍କ ଅଛନ୍ତି ଓ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ସେ କହିଛନ୍ତି ।

Comments are closed.