ନଦୀକୁ ଖସିଲା ସେନା ଗାଡ଼ି, ୭ ଯବାନ ସହିଦ୍

ନୂଆଦିଲ୍ଲୀ: ଲଦାଖର ତୁର୍ତ୍ତକ ସେକ୍ଟରରେ ସେନାର ଏକ ଗାଡ଼ି ନଦୀରେ ଖସି ପଡ଼ିବାରୁ ୭ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଯବାନ ଆହତ ହୋଇଛନ୍ତି । ଭାରତୀୟ ସେନା ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ ୨୬ ଜଣ ଯବାନଙ୍କ ଏକ ଫୋର୍ସକୁ ନେଇ ଗାଡ଼ିଟି ପାର୍ତପୁରରୁ ହନିଫ୍ ସବ୍ ସେକ୍ଟରର ଫରୱାର୍ଡ ପୋଷ୍ଟକୁ ଯାଉଥିଲା।

ସକାଳ ପ୍ରାୟ ୯ଟା ବେଳେ ଗାଡିଟି ଥୋଇସେ ଠାରୁ ପ୍ରାୟ ୨୫ କିଲୋମିଟର ଦୂର ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଶ୍ୟୋକ ନଦୀକୁ ଖସିପଡିଥିଲା ​​| ଆହତ ୨୬ ଯବାନଙ୍କୁ ସେଠାରୁ ସେନା ଫିଲ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଗୁରୁତର ଆହତ ୭ ଯବାନଙ୍କ ମୃତ୍ୟୁ ହୋଇଥିଲା। ଲେହରୁ ପାର୍ତପୁରକୁ ସେନାର ସର୍ଜିକାଲ ଟିମ୍ ପଠାଯାଇଛି। ଗୁରୁତର ଆହତମାନଙ୍କୁ ବାୟୁସେନା ସହାୟତାରେ ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Comments are closed.