ସରିଲା ମତଦାନ, ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତ ଭୋଟ, ୨୬ରୁ ଗଣତି | News Room Odisha

ସରିଲା ମତଦାନ, ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତ ଭୋଟ, ୨୬ରୁ ଗଣତି

ଭୁବନେଶ୍ୱର: ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଆଜି ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ମତଦାନ ଶେଷ ହେବା ସହ ଏବେ ଭୋଟ ଗଣତି ଉପରେ ସମସ୍ତଙ୍କର ନଜର ରହିବ । ଆସନ୍ତା ୨୭ ତାରିଖରୁ ୨୮ ତାରିଖ ଯାଏଁ ହେବ ଗଣତି ।
ଶେଷ ପର୍ଯ୍ୟାୟରେ ଆଜି ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ହୋଇଛି । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି ।