ପ୍ରୟାଗରାଜ ମାଘ ମେଳାରେ କୋଭିଡ୍ ନିୟମକୁ ଫୁ, ଏପର୍ଯ୍ୟନ୍ତ ୭୨ ପଜିଟିଭ୍, ସୁପର ସ୍ପ୍ରେଡର୍ ସାଜିବା ଆଶଙ୍କା

ପ୍ରୟାଗରାଜ: କରୋନା ମହାମାରୀର ପ୍ରକୋପ ମଧ୍ୟରେ ପ୍ରୟାଗରାଜ ମାଘ ମେଳାରେ ବିଶ୍ୱାସ ନାମରେ ମନମାନି ଚାଲିଛି | ମେଳାରେ କରୋନା ନିୟମର ଖୋଲା ଉଲଂଘନ କରାଯାଉଛି | ଅନେକ ପ୍ରଶ୍ନ ଏବଂ ଆଶଙ୍କା ମଧ୍ୟରେ ଗତକାଲି ପ୍ରୟାଗରାଜରେ ମକର ସଂକ୍ରାନ୍ତି ଅବସରରେ ଲକ୍ଷ ଲକ୍ଷ ଲୋକ ବୁଡ଼ ପକାଇଥିଲେ | ରାତି ୯ଟା ସୁଦ୍ଧା ୮ ଲକ୍ଷ ଲୋକ ବୁଡ଼ ପକାଇଥିବା ମନେ କରାଯାଉଛି | ଏହି ସମୟରେ ମେଳାରେ ଆଉ ତିନି ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ମେଳାରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି।

ଶୁକ୍ରବାର ଦିନ ଦୁଇଜଣ ପୋଲିସ କର୍ମଚାରୀ ଏବଂ ଜଣେ ଭକ୍ତଙ୍କ ରିପୋର୍ଟ ପଜିଟିଭ୍ ହୋଇଥିଲା। ମେଳାରେ ଏଯାବତ୍ ମୋଟ ୭୨ କରୋନା ମାମଲା ରିପୋର୍ଟ ଆଗକୁ ଏହା ସୁପର ସ୍ପ୍ରେଡର୍ ସାଜିବା ଆଶଙ୍କା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମ କରି ଦେଖାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜାଣିଶୁଣି ମେଳାରେ କରୋନା ପରୀକ୍ଷାକୁ ବ୍ୟାପକ କରୁନଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ମେଳା ଅଞ୍ଚଳରେ କେତେ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି ସେନେଇ ଅଧିକାରୀମାନେ କୌଣସି ଠୋସ୍ ଉତ୍ତର ଦେଉ ନାହାଁନ୍ତି। ପ୍ରୟାଗରାଜ ଜିଲ୍ଲାରେ ଶୁକ୍ରବାର ଦିନ ୪୦୨ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।

ଜାନୁଆରୀ ୧୪ରୁ ଆଗାମୀ ୪୭ ଦିନ ପାଇଁ ମାଘ ମେଳା ଚାଲିବ | ମାର୍ଚ୍ଚ ୧ରେ ମହାଶିବରାତ୍ରୀ ଅବସରରେ ଏହି ମେଳା ଶେଷ ହେବ ଏବଂ ଏହି ୪୭ ଦିନ ପାଇଁ ଦେଶ ତଥା ବିଦେଶରୁ ସାଧୁ ଓ ସନ୍ଥମାନଙ୍କ ଏଠାରେ ସମାବେଶ ହେବ।

Comments are closed.