କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ : ମଙ୍ଗୋଲିଆକୁ ହରାଇଲା ଭାରତ | News Room Odisha

କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ : ମଙ୍ଗୋଲିଆକୁ ହରାଇଲା ଭାରତ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ପ୍ରତିଯୋଗିତାରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ମଙ୍ଗୋଲିଆକୁ ୨-୦ ଗୋଲରେ ହରାଇଛି ଭାରତୀୟ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମ୍ୟାଚରେ ଉପସ୍ଥିତ ଥିଲେ ।

ସେ ଦୁଇ ଦଳର ଖେଳାଳିମାନଙ୍କ ସହ ପରିଚୟ ହୋଇଥିଲେ ।ଏହି ଅବସରରେ ଏଆଇଏଫଏଫ ସଭାପତି କଲ୍ୟାଣ ଚୋବେ ଓ ସାଧାରଣ ସମ୍ପାଦକ ଡକ୍ଟର ସାଜି ପ୍ରଭାକରନ ମଧ୍ୟ ଉପସ୍ଥିତ ଥିଲେ।

କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଖୁସି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । କଳିଙ୍ଗରେ ପୁଣି ଏକ ଆନ୍ତର୍ଜାତିକ ଫୁଟବଲ ପ୍ରତିଯୋଗିତା ହେଉଥିବାରୁ ସେ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭାରତର ଫୁଟବଲ ହବ୍ ପାଇଁ ଓଡ଼ିଶାର ଉଦ୍ୟମ ଏହା ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିଯୋଗିତାରେ ଭାଗ ନେଉଥିବା ବିଦେଶୀ ଦଳଗୁଡ଼ିକ କଳିଙ୍ଗରେ ଖେଳିବାର ସୁଖଦ ଅନୁଭୂତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ଫୁଟବଲର ବିକାଶ ପାଇଁ ସଂପୂର୍ଣ୍ଣ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଏଆଇଏଫଏଫ ସଭାପତିଙ୍କୁ ଆଶ୍ୱାସନା ଦେଇଛନ୍ତି। ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ପ୍ରତିଯୋଗିତା ଆୟୋଜନ ପାଇଁ ଏଆଇଏଫଏଫ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଆଜି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଲେବାନନ, ଭାନୁଆଟୁକୁ ୩-୧ ଗୋଲରେ ହରାଇଥିଲା।