ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା, ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ, ଜଣେ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି- ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଜଙ୍ଗଲରେ ଓଡିଶା ପୋଲିସର ଏସଓଜି, ଡିଭିଏଫ, ବିଏସଫ, ଆନ୍ଧ୍ର ପ୍ରଦେଶର ଗ୍ରେ ହାଉଣ୍ଡ ମିଳିତ କମ୍ବିଂ ଅପରସେନରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଧରାପଡିଛି । ଧରାପଡିଥିବା ମାଓବାଦୀର ନାମ ଲକ୍ଷ୍‌ମଣ ଗଲୋରୀ ବୋଲି ଜଣାପଡିଛି । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟର ଗୁଳି ବିନିମୟ ବେଳେ ସେ ଆହତ ହୋଇଥଲା । ତାକୁ ଚିକିତ୍ସା କରାଯାଉଛି । ଏଣେ କମ୍ବିଂ ଅପରସେନ ବେଳେ ଗତକାଲି ନିହତ ସିପିଆଇ ମାଓଇଷ୍ଟ ପାର୍ଟିର କ୍ୟାଡର ପରିଚୟ ମିଳିଛି ।

ନିହତ ମାଓବାଦୀର ନାମ କିଶୋର ଓ ଛତିଶଗଡର ବାସିନ୍ଦା । କିଶୋର ଥିଲା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ତା ନାଁରେ ଅନେକ ମାମଲା ରହିଥିଲା । ତାକୁ ଧରାଇ ଦେବାକୁ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ମିଳିତ ବାହିନୀର କମ୍ବିଂ ଅପରେସନରେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଗୋଟିଏ ଏ.କେ ୪୭ ରାଇଫଲ, ଏ.କେ ୪୭ ମାଗାଜିନ୍ , ଇନସାସ ରାଇଫଲ, ଆଇଡି, ଇଲେକଟ୍ରିକ ଡିଟୋନେଟର, ମୋଟରୋଲା କମ୍ୟୁନିକେସନ ସେଟ୍‌, ୱାକି-ଟକି ଚାର୍ଜର, ଫ୍ଲାସ କ୍ୟାମେରା, ରିମୋଟ, ଛୁରୀ, ମାଓ ସାହିତ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

Comments are closed.