ଜୂ୍ନ ୧ରେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍

ଭୁବନେଶ୍ୱର – ଜୁନ ପହିଲାରେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ମେ’ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ମେ’ ୧୪ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ୧୫ ତାରିଖରେ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ ହେବ । ମେ’ ୧୭ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସଟି), ବାଲେଶ୍ଵର (ସାଧାରଣ), ଭଦ୍ରକ (ଏସସି), ଯାଜପୁର (ଏସସି), କେନ୍ଦ୍ରାପଡା (ସାଧାରଣ) ଓ ଜଗତସିଂହପୁର (ଏସସି) ଲୋକ ସଭା ଆସନରେ ମତଦାନ ହେବ ।

ମତଦାନ ହେବାକୁ ଥିବା ବିଧାନସଭା ଆସନଗୁଡିକ ହେଲା – ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା – (ମୟୂରଭଂଜ ଲୋକସଭା କ୍ଷେତ୍ର) ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି- (ବାଲେଶ୍ୱର ଲୋକସଭା କ୍ଷେତ୍ର), ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି-(ଭଦ୍ରକ ଲୋକସଭା କ୍ଷେତ୍ର) ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି , ରାଜନଗର, ମହାକାଳପଡ଼ା – (କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର), ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା-( ଯାଜପୁର ଲୋକସଭା କ୍ଷେତ୍ର),ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା-(ଜଗତସିଂହପୁର ଲୋକସଭା କ୍ଷେତ୍ର) ।

Comments are closed.