ତାମିଲନାଡୁର ୩୯ ଆସନରେ ଚାଲିଛି ମତଦାନ‌, ଭୋଟ ଦେଲେ ରଜନୀକାନ୍ତ, କମଲ ହାସନ ଓ ଧନୂଷ୍

ଚେନ୍ନାଇ: ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ଚାଲିଛି। ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କ ସହ ପୋଲିଂ ବୁଥରେ ଚଳଚ୍ଚିତ୍ର ତାରକାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଆସନରେ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ ଅଭିନେତା ଭୋଟ ଦେଇଛନ୍ତି।

ଅଭିନେତା ଅଜିତ କୁମାର ସକାଳୁ ସକାଳୁ ଭୋଟ୍ ଦେବା ପାଇଁ ଥିରୁଭାନମିୟୁର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। କଡା ସୁରକ୍ଷା ମଧ୍ୟରେ ଅଜିତ କୁମାର ଭୋଟ୍ ଦେଇଥିଲେ।

ସେହିପରି ଥଲଇବା ରଜନୀକାନ୍ତ ମଧ୍ୟ ଚେନ୍ନାଇର ଏକ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି। ମତଦାନ କେନ୍ଦ୍ରରୁ ବାହାରିବା ପରେ ସେ ମିଡ଼ିଆ ପାଇଁ ପୋଜ୍ ମଧ୍ୟ ଦେଇଥିଲେ ଓ କାଳି ଚିହ୍ନ ଲାଗିଥିବା ତାଙ୍କ ଆଙ୍ଗୁଠି ଦେଖାଇଥିଲେ। ସେ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ।

ସୁପରଷ୍ଟାର କମଲ ହାସନ ମଧ୍ୟ ଭୋଟ୍ ଦେଇଛନ୍ତି। ଏହି ଅଭିନେତା ଚେନ୍ନାଇର କୋୟମବେଡୁ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସେହିପରି ଅଭିନେତା ଧନୁଷ ମଧ୍ୟ ସକାଳେ ଭୋଟ୍ ଦେବାକୁ ଏକ ପୋଲିଂ ବୁଥରେ ପହଞ୍ଚିଥିଲେ।

Comments are closed.