ସୌମ୍ୟ ରଞ୍ଜନ ପାଇଲେ ରାଜ୍ୟ ପୁରସ୍କାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସୌମ୍ୟ ରଞ୍ଜନ ପଟେଲ ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଓଡ଼ିଶା ସରକାଙ୍କ ତରଫରୁ ରାଜ୍ଯର ଶ୍ରେଷ୍ଠ ସ୍ବେଚ୍ଛାସେବୀ ରୂପେ ମାନ୍ୟବର ଉଚ୍ଚଶିକ୍ଷ୍ୟା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ଗତ ୨୪ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ପୁରସ୍କୃତ ହୋଇଛନ୍ତି|

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏନ.ଏସ.ଏସ. ଅଧିକାରୀ ତଥା ଉପ-ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା, କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ମୋ କଲେଜ ଅଭିଯାନର ସଭାପତି ଶ୍ରୀ ଆକାଶ ଦାସ ନାୟକ, ଭାରତ ସରକାରଙ୍କ ଓଡିଶା ରାଜ୍ୟ ଏନ.ଏସ.ଏସ. ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ବିଗତ ଦୁଇ ବର୍ଷ ମଧ୍ୟରେ ପ୍ରୋଗ୍ରାମ ଅଫିସର ସୁଶ୍ରୀ ବେଲମତି କୁମୁରାଙ୍କ ତତ୍ୱାବଧାନରେ ଜାତୀୟ ସେବା ଯୋଜନାରେ ପ୍ରତିଧନିତ୍ଵ କରି ହାଇଦ୍ରାବାଦ, କଲିକତାରେ ଜାତୀୟ ସ୍ତରୀୟ ଶିବିର ତଥା ଅନେକ ରାଜ୍ଯ ଏବଂ ବିଶ୍ଵବିଦ୍ୟାଳୟ ସ୍ତରୀୟ ଶିବିରରେ ଯୋଗ ଦେଇଛନ୍ତି । ସେ ମଧ୍ୟ ୨୦୨୧ ରେ ଜାତୀୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଏ.ସି.ଅସ୍. ରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି, ୨୦୨୨ ମସିହାରେ ଜାତୀୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା *ଦ ଗ୍ଲୋରୀ ଅଫ ଇଣ୍ଡିଆନ ସିଭିଲାଇଜେସନ* ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଦେଢ଼ ଲକ୍ଷ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ ।

ସ୍ବାସ୍ଥ୍ୟ ସଚେତନତା, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ରକ୍ତ ଦାନ, ନାରୀ ସଶକ୍ତିକରଣ, ସ୍ବଚ୍ଛତା, ନିଶା ନିବାରଣ, ତଥା ଏ ଅଞ୍ଚଳର କଳା ସଂସ୍କୃତିର ରକ୍ଷଣ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ହେତୁ କୁଚିଣ୍ଡା ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି | ସେ ଯୁନାନି ଗ୍ରାମର ସ୍ବର୍ଗତ ସଞ୍ଜୟ କୁମାର ପଟେଲ୍ ଓ ଅଞ୍ଜୁ ପଟେଲଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ କଲେଜ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର, ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ତଥା କୁଚିଣ୍ଡା ଅଞ୍ଚଳବାସୀ ବେଶ ଆନନ୍ଦିତ ଏବଂ ତାଙ୍କର ଏହି ସଫଳତା ପାଇଁ ଗତ ତା୨୯ରିଖ ଦିନ କଲେଜ ପରିସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.