ଲାଞ୍ଚ ନେଇଥିବା ବିଇଓ କାର୍ଯ୍ୟାଳୟର ଅବସରପ୍ରାପ୍ତ କିରାଣୀଙ୍କୁ ଜେଲ୍ ଓ ଜୋରିମାନା

ବୌଦ୍ଧ – ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଫୁଲବାଣୀ ଭିଜିଲାନ୍ସ କୋର୍ଟ। ଏଥିସହ ତାଙ୍କ ଉପରେ ୫୦୦୦ ଟଙ୍କା ଜୋରିମାନା ଲଗାଇଛନ୍ତି କୋର୍ଟ । ଜୋରିମାନା ଅର୍ଥ ଅନାଦେୟ ତାଙ୍କୁ ଆଉ ୩ ମାସ ଜେଲ୍‌ରେ ରଖାଯିବ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚତୁର୍ଭୁଜ ଖମାରୀ। ପେନସନ କାମକୁ ନେଇ ସେ ଏହି ଲାଞ୍ଚ ନେଉଥିଲେ । ଚତୁର୍ଭୁଜ ଖମାରୀ ଆଜି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅପିଲ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Comments are closed.