ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ – ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜ ଭାରତ ଗସ୍ତ ବାତିଲ କରିଦେଇଛନ୍ତି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରଠାରୁ ଜନସନଙ୍କ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ଜନସନ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । ଏଥିପାଇଁ ଭାରତ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ଜନସନ ଏହା ଗ୍ରହଣ କରିଥିଲେ ।

ଜନସନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତ ଗସ୍ତରେ ନ ଆସିପାରିବା ନେଇ ନିଜ ଅକ୍ଷମତା ସମ୍ପର୍କରେ ଜଣାଇଥିଲେ ।

ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଠାବ ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଦେଶରେ ଆକ୍ରାନ୍ତ ସଂଖ୍ୟା ବିପଜ୍ଜନକ ଭାବେ ବଢୁଥିବାରୁ ଜନସନ ପୂରା ଦେଶରେ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି । ନୂଆ କଟକଣା ବୁଧବାର ଠାରୁ ଲାଗୁ ହୋଇଛି ।

Comments are closed.