ଜଷ୍ଟିସ ଏସ. ମୁରଲୀଧରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ- ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ ଏସ. ମୁରଲୀଧରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ସେ ବର୍ତମାନ ପଂଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଅଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ. ମୁରଲୀଧରଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଥିଲା ସୁପ୍ରିମକୋର୍ଟ କଲେଜିୟମ । ସେ ଜଷ୍ଟିସ ମହମ୍ମଦ ରଫିକଙ୍କ ସ୍ଥାନ ନେବେ । ଜଷ୍ଟିସ ରଫିକ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ।

Comments are closed.