କାଲିଠାରୁ ଓଡିଶା ମହିଳା ଫୁଟବଲ୍ ଲିଗ୍‌, ଭାଗ ନେବେ ୬ଟି ଦଳ, ମାର୍ଚ୍ଚ ୨୭ରେ ଫାଇନାଲ୍

ଭୁବନେଶ୍ୱର- ରବିବାରଠାରୁ ଆରମ୍ଭ ହେଉଛି ଓଡିଶା ମହିଳା ଫୁଟବଲ ଲିଗ୍ । କଳିଙ୍ଗ ଷ୍ଟାଡିୟମ ଓ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ ମ୍ୟାଚ୍ । ଏହି ଲିଗ୍‌ରେ ୬ଟି ଦଳ ଭାଗ ନେଉଛନ୍ତି । ୩୦ଟି ଦିନରେ ମୋଟ ୩୦ଟି ମ୍ୟାଚ ଖେଳାଯିବ । ପ୍ରତି ଦଳ ୨ଟି ଲେଖାଏଁ ମ୍ୟାଚ ଖେଳିବେ । ମାର୍ଚ୍ଚ ୨୭ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ବିଜୟୀ ଦଳ ଭାରତୀୟ ମହିଳା ଫୁଟବଲ ଲିଗ୍ ପାଇଁ ମନୋନୀତ ହେବେ । ଲିଗରେ ଭାଗ ନେଉଥିବା ଦଳଗୁଡିକର ଜର୍ସି ଉନ୍ମୋଚନ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ଏଥିରେ କ୍ରୀଡା ସଚିବ ବିଶାଲ ଦେବ ଓ ଓଡିଶା ଫୁଟବଲ ଆସୋସିଏସନର ସମ୍ମାନନୀୟ ସଂପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ ।

Comments are closed.