ରାଜ୍ୟରେ ଗତ ୨୪ ଘଂଟାରେ ୧୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଂଚଳରୁ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୨୦କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୦ ହଜାର ୫୪୫ ସୁସ୍ଥ ହୋଇଥିବା ବେଳେ ୧ ହଜାର ୫୧୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରୁ ୧୯, ସୁନ୍ଦରଗଡରୁ ୧୮, ପୁରୀରୁ ୧୮, ଖୋର୍ଦ୍ଧାରୁ ୧୨, ବାଲେଶ୍ୱରରୁ ୧୧, ଅନୁଗୁଳରୁ ୧୦, ବରଗଡରୁ ୯, କଟକରୁ ୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.