ଫେକ୍ ମାଟ୍ରିମୋନି ପ୍ରୋଫାଇଲ୍ ଖୋଲି ବିବାହ ଆଶାୟୀ ଯୁବକଙ୍କୁ ଲକ୍ଷାଧିକ ଟଙ୍କା ଠକିଥିବା ସାଇବର ଠକ ଗିରଫ

ଭୁବନେଶ୍ବର – ଠକେଇର ଅଭିନବ ଶୈଳୀ ଆପଣାଇଛନ୍ତି ସାଇବର ଠକ । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଧରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ଯୁବକ ଜଣକ ଅନ୍ୟ ଏକ ଝିଅର ଫଟୋ ମାଟ୍ରିମୋନି ସାଇଟରେ ରଖି ଫେକ୍ ପ୍ରୋଫାଇଲ୍ ତିଆରି କରିଥିଲା । ପରେ ସେହି ଫେକ ପ୍ରୋଫାଇଲରୁ ଏକାଧିକ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୁଲିସ ।

ସୂଚନା ଅନୁଯାୟୀ, ସଂପୃକ୍ତ ସାଇବର ଠକ ହାବୁଡରେ ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ପଡିଯାଇଥିଲେ ।ମାନସଙ୍କଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଗିରଫ ହୋଇଯିବା ଠକ। ନବମ ଶ୍ରେଣୀ ପାଠପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା । ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥର ଅନଲାଇନରେ ୩ ଲକ୍ଷରୁ ଅଧିକ ଟଙ୍କା ମାନସଙ୍କଠାରୁ ନେଇଯାଇଥିଲା । ଠକାମିର ଶିକାର ହୋଇଥିବା ଜାଣି ମାନସ ୨୦୨୩ ନଭେମ୍ବର ୧୫ ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ଠକ ନୃସିଂହ ବିଶ୍ୱାଳକୁ ଗିରଫ କରିଛି ପୋଲିସ ।

Comments are closed.