ମହାନଦୀ ଉପରେ ନିର୍ମାଣ ହେବ ପୋଲ , ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଫାଇଦା

ଭୁବନେଶ୍ୱର – ମହାନଦୀ ଉପରେ ୧୦୫.୭ କୋଟି ଟଙ୍କା ବ୍ୟୟରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପ୍ରସ୍ତାକୁ ଆଜି କ୍ୟାବିନେଟ ମୋହର ମାରିଛି । ୩୬ ମାସରେ ଏହି ମହାନଦୀ ପୋଲ କାମ ସରିବ । ଏହାଦ୍ବାରା ବୌଦ୍ଧ ଜିଲ୍ଲାରେ ବାଉଁଶୁଣି ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିବ । ଏହି ପୋଲ ଦ୍ୱାରା ମହାନଦୀର ଉଭୟ ପାର୍ଶ୍ଵର ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ସହ ସେମାନେ ଆର୍ଥିକ ଦୃଷ୍ଟିରୁ ବି ଲାଭବାନ ହୋଇପାରିବେ।

Comments are closed.