ରାଜ୍ୟରେ ଦିନକରେ ୫୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୫୨୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୩ ଓ ସ୍ଥାନୀୟ ଅଂଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୮ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଓ କଟକରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩, ବାଲେଶ୍ୱରରୁ ୩୩, ବରଗଡରୁ ୨, ଭଦ୍ରକରୁ ୩, ବଲାଙ୍ଗିରରୁ ୧, ଦେବଗଡରୁ ୩, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୩, କଳାହାଣ୍ଡିରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୪, କୋରାପୁଟରୁ ୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୯, ନୟାଗଡରୁ ୨,ପୁରୀରୁ ୧୧, ରାୟଗଡାରୁ ୨, ସମ୍ବଲପୁରରୁ ୭ ଓ ସୁନ୍ଦରଗଡରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.