ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଗଞ୍ଜାମ ଜିଲ୍ଲାର ଡକ୍ଟର ହରିକୃଷ୍ଣ

ବ୍ରହ୍ମପୁର- ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ବୈଜ୍ଞାନିକ ଡକ୍ଟର ହରିକୃଷ୍ଣ ବିଷୋୟୀ । ଆମେରିକାର କେଂଟ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଲିକ୍ୟୁଡ୍ କ୍ରିଷ୍ଟାଲ ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଡକ୍ଟର ହରିକୃଷ୍ଣ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏଥିପାଇଁ ତାଙ୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । ଜଣେ ମେଧାବୀ ଛାତ୍ର ରହି ଆସିଥିବା ହରିକୃଷ୍ଣ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ ଓ ପରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ବେଙ୍ଗଳୁରୁର ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଗବେଷଣା କରିବା ସହ ଦିଲ୍ଲୀର ଜେଏନୟୁର ପିଏଚଡି ହାସଲ କରିଥିଲେ । ତାଙ୍କର ଅନେକ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତରରେ ଖ୍ୟାତନାମା ପତ୍ରପତ୍ରିକାରେ ପ୍ରକାଶ ପାଇଛି । ସେ ଗଞ୍ଜାମ ଜିଲ୍ଲା ବୁଗୁା ଲୋକନାଥପୁର ଗ୍ରାମ ନିବାସୀ ଦେବରାଜ ବିଷୋୟୀ ଓ କମଳାଙ୍କ ବିଷୋୟୀଙ୍କ ପୁଅ ।

Comments are closed.