ସାମାଜିକ ପରିବର୍ତ୍ତନ ଓ ଜନ ଏକତା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ସାମାଜିକ ପରିବର୍ତ୍ତନର ପ୍ରସାର ଓ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ବିକାଶ ଓ ଶାନ୍ତି ପାଇଁ ଆନ୍ତର୍ଜାତିକ କ୍ରୀଡା ଦିବସ ( ଇଣ୍ଟରନ୍ୟାସନାଲ ଡେ’ ଅଫ୍ ସ୍ପୋର୍ଟ ଫର୍ ଡେଭଲପମେଣ୍ଟ ଆଣ୍ଡ୍ ପିସ୍ ) ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଭିନ୍ନ ସମ୍ପ୍ରଦାୟକୁ ଯୋଡିବା, ଶାନ୍ତି ପ୍ରତିଷ୍ଠା କରିବା ଓ ବିକାଶର ପ୍ରସାର ପାଇଁ କ୍ରୀଡା ସାମର୍ଥ୍ୟ ରଖେ । ତେଣୁ ଆମେ ସମସ୍ତେ କ୍ରୀଡାର ସାମର୍ଥ୍ୟକୁ ଉପଲବ୍ଧ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡା ଜରିଆରେ ଏକ ସୁସ୍ଥ, ଚଳଚଞ୍ଚଳ, ଶାନ୍ତିପୂର୍ଣ୍ଣ ସମାବେଶୀ ବିଶ୍ୱ ଗଢ଼ି ତୋଳିବା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.