ଖରା ଯୋଗୁଁ ଆଉଟଡୋର ଖେଳ ଉପରେ ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର – ପ୍ରବଳ ଖରା ହେଉଥିବାରୁ ଆଉଟଡୋର ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଟାଣ ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏ ସମ୍ପର୍କରେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଖରାରେ ରାଜ୍ୟର ବିଭିନ୍ନ ଜାଗାରେ ଆଉଟଡୋର ଖେଳ ଚାଲୁଥିବା ନେଇ ସୂଚନା ମିଳିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଚଣ୍ଡ ଖରା ଦୃଷ୍ଟିରୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପୂର୍ବରୁ ପରାମର୍ଶ ଦେଇଥିଲେ ଏସଆରସି । ଏହି ସମୟ ମଧ୍ୟରେ ଶ୍ରମିକମାନଙ୍କୁ ମଧ୍ୟ କାମ ନକରିବାକୁ କୁହାଯାଇଛି ।

Comments are closed.