ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି

ଭୁବନେଶ୍ୱର – ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି ନିର୍ଦ୍ଦେଶ ଆସିଛି । ପ୍ରଦୀପ୍ତ ମହାପାତ୍ର ଆଇଏଏସ୍ ପରାଗ ଗୁପ୍ତାଙ୍କ ସ୍ଥାନ ନେବେ । ପରାଗଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହି ବିଭାଗର ପ୍ରମୁଖ ସଚିବ ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି ।

Comments are closed.