ଟି-୨୦ ବିଶ୍ୱକପ୍‌ରେ ସର୍ବନିମ୍ନ ସ୍କୋର କଲା ଉଗାଣ୍ଡା, ୱେଷ୍ଟଇଣ୍ଡିଜ ୧୩୪ ରନରେ ବିଜୟୀ

ପ୍ରୋଭିଡେନ୍ସ: ଚଳିତ ଟି-୨୦ ବିଶ୍ୱକପ୍‌ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ୧୩୪ ରନର ବିଶାଳ ବ୍ୟବଧାନରେ ଉଗାଣ୍ଡାକୁ ହରାଇଛି । ଓ୍ବେଷ୍ଟଇଣ୍ଡିଜ ପ୍ରଦତ୍ତ ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଉଗାଣ୍ଡା ୧୨ ଓଭରରେ ମାତ୍ର ୩୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଟି-୨୦ ବିଶ୍ୱକପ୍‌ ଇତିହାସରେ ଯୁଗ୍ମ ସର୍ବନିମ୍ନ ସ୍କୋର | ୱେଷ୍ଟଇଣ୍ଡିଜ ପକ୍ଷରୁ ସ୍ପିନର ଅକିଲ ହୁସେନ୍ ଯାଦୁକରୀ ପ୍ରଦର୍ଶନ ସହ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୩/୫ ରନ୍ କରିଥିଲା। ଦଳ ପକ୍ଷରୁ ଜନସନ ଚାର୍ଲ୍ସ ୪୨ ବଲରେ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୪ ରନ୍ କରିଥିଲେ।

Comments are closed.