ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାମନ ବେଶ ଅନୁଷ୍ଠିତ ହୋଇଥିଲା।ଏହି ବେଶ ଅବସରରେ ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥିଲେ। ଅଗ୍ରଜ ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶରେ ଶ୍ରୀହସ୍ତରେ ଧନୁ ଓ ଶର ଧାରଣ କରିଥିଲେ ।
ମଧ୍ୟାହ୍ନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ନାଗପୁରୀ ଜୁକ୍ତ ଧଳା ଦେହରେ କଳା ରଙ୍ଗର ଧଡି ଜୁକ୍ତ ଲୁଗା କୁ ଅତିଭ ଭାବରେ ଦୋକଛା ମରାହୋଇ ପିନ୍ଧିଥାନ୍ତି ମହାପ୍ରଭୁ । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥିଲା । ସତ୍ୟ ଯୁଗରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥିଲା । ଏହାକୁ ବଳିବାମନ ବେଶ ବୋଲି କୁହାଯାଏ । ବାମନ ବେଶ ରେ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାର ଯଥା ସ୍ବର୍ଣ୍ଣ ର ଶ୍ରୀ ପୟର , କିରିଟ , ଶ୍ରୀ ଭୁଜ , ଆଡକାନୀ, ସୂର୍ଯ୍ୟ, ଚନ୍ଦ୍ର , ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି , କଦମ୍ବ ମାଳି , ହରିଡା ମାଳି , ସେବତୀ ମାଳି, ଚନ୍ଦ୍ରିକା, ତିଳକ ଶ୍ରିମୁଖ ପଦ୍ମ , ଅଳକା , ତଡକି, କୁଣ୍ଡଳ ଏବଂ ଓଡିଆଣି ଏ ସମସ୍ତ ସ୍ବର୍ଣ୍ଣ ଅଳଙ୍କାର ରେ ଠାକୁରଙ୍କୁ ସଜେଇଦିଆ ଯାଇଥିଲା। ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥାଏ ।
କୁହାଯାଏ ଏହି ବଳିବାମନ ବେଶର ପ୍ରବର୍ତ୍ତକ ହେଉଛନ୍ତି କଳିଙ୍ଗ ବ୍ରାହ୍ମଣ ସମ୍ମାଜ ।ଏକାଦଶ ଶତାଦ୍ଦି ରେ ଏହି ବେଶ ଆରମ୍ପ ହୋଇଥିଲା ବୋଲି କୁହାଯାଏ । ବାମନ ବେଶରେ ଶ୍ରୀଜୀଉଙ୍କୁ ଲାଗି କରାଯାଉଥିବା ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିନ ପୂର୍ବରୁ ରତ୍ନଭଣ୍ଡାରରୁ କଢାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ଵବଧାନରେ ରହିଥାଏ ।ଶ୍ରୀ ଜଗନ୍ନାଥ ଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯାନ୍ତି । ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶକୁ ଦେଖି ତତ୍କାଳୀନ ଗଜପତି ଶ୍ରୀ ବୀର କିଶୋର ଦେବ ଅନେକ ଭଜନ ଜଣାଣ ଲେଖିଥିବା ଜଣାଯାଏ ।
Comments are closed, but trackbacks and pingbacks are open.