ପଂଚାୟତ ନିର୍ବାଚନ ପ୍ରସ୍ତୁତି : ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଭୁବନେଶ୍ୱର- ଡିସେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟର ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ । ୨୯ଟି ଜିଲ୍ଲା ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ରେମୁଣା ଏନଏସି ଗଠନ ପ୍ରସ୍ତାବ ଥିବାରୁ ବାଲେଶ୍ୱର ଜିଲ୍ଲାକୁ ବାଦ୍ ଦିଆଯାଇଛି ।
ପଂଚାୟତ ସ୍ତରରେ ନଭେମ୍ବର ୧୬ରୁ ୨୩ ତାରିଖ ଯାଏଁ ଆବେଦନ କରାଯିବ । ନୂଆ ଭୋଟର ବା ତାଲିକାରେ ସଂଶୋଧନ ପାଇଁ ଚଳିତମାସ ୨୯ ଓ ୩୦ ତାରିଖରେ ବିଡିଓଙ୍କ ନିକଟରେ ଆବେଦନ କରାଯାଇପାରିବ ବୋଲି ଆଜି ଏକ ପ୍ରେସମିଟରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ବ୍ଲକ ସ୍ତରରେ ଡିସେମ୍ବର ୪ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ସଂଶୋଧନ ପରେ ଡିସେମ୍ବର ୬ ତାରିଖରେ ନିର୍ବାଚନ କମିଶନଙ୍କଠାରେ ତାଲିକା ଦାଖଲ ହେବ ।

Comments are closed.