ଓମିକ୍ରନ ନେଇ ରାଜ୍ୟ ସରକାର –କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ବିଦେଶରୁ ୧ ହଜାର ୧୩୪ ଜଣ ଏୟାର ସୁବିଧା ପୋର୍ଟାଲରେ ପଂଜୀକରଣ କରିଛନ୍ତି । ଏଥିମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଓ ଆଉ ଦୁଇ ଜଣ ସୁନ୍ଦରଗଡର ବୋଲି ସୂଚନା ଦିଆଯାଇଛି । ସମସ୍ତଙ୍କର ଜିନୋମ ସିକ୍ୱେନସିଂ ପାଇଁ ଯାଇଛି ।
ବୈଠକରେ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ ସୂତ୍ରୀ ପରାମର୍ଶ ଦିଆଯାଇଛି । ବିଦେଶରୁ ଆସୁଥିବା ସବୁ ଲୋକଙ୍କ ଉପରେ କଡା ନଜର ସହ ଏନଫୋର୍ସମେଂଟ କଡାକଡି କରିବାକୁ କୁହାଯାଇଛି । ଟେଷ୍ଟିଂ ଓ ଟିକାକରଣକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Comments are closed.