କରୋନା ଅପଡେଟ୍: ଦିନକରେ ଆଉ ୭,୪୪୭ ନୂଆ ମାମଲା ଚିହ୍ନଟ, ୩୯୧ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ କରୋନାଭାଇରସର ବିପଦ ଏବେ ବି ରହିଛି। ବଡ କଥା ହେଉଛି ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ର ମାମଲା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ଆଉ ୭,୪୪୭ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ର ଓମିକ୍ରନ୍ ଭାରିଆଣ୍ଟର ୮୮ ଟି ମାମଲା ରୁଜୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୮୬ ହଜାର ୪୧୫ ରହିଛି। ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୮୬୯ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୭୮୮୬ ରୋଗୀ ସୁସ୍ଥ ହୋଇଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୧ ଲକ୍ଷ ୬୨ ହଜାର ୭୬୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୩୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୦ ଲକ୍ଷ ୪୬ ହଜାର ୮୦୫ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୩୫ କୋଟି ୯୯ ଲକ୍ଷ ୯୬ ହଜାର ୨୬୭ ଡୋଜ ଟିକା ଦିଆଯାଇଛି।

Comments are closed.