ସମ୍ବାଦପତ୍ର ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକୃତ ସମ୍ବାଦପତ୍ର ହକରମାନଙ୍କୁ ସରକାରୀ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତମାସ ୩୦ ତାରିଖରେ ରାଜ୍ୟର ସମ୍ବାଦପତ୍ର ହକରମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ ନବୀନ । ଆଜି ଲୋକସେବା ଭବନ କନଭେନସନ ସେଂଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହକରମାନଙ୍କୁ ସହାୟତା ବଂଟନର ଶୁଭାରମ୍ଭ କରିବେ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ହକରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂରୁ କୋଭିଡ ସହାୟତା ବାବଦକୁ ୬ ହଜାର ଟଙ୍କା ଲେଖାଏଁ ହକରମାନଙ୍କୁ ପ୍ରଦାନ କରାଯିବ । ସେମାନଙ୍କ ଆକାଂଉଟକୁ ସିଧାସଳଖ ଏହି ଟଙ୍କା ଯିବ । ଏହାଛଡା ହକରମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ।

Comments are closed.