ରାଜ୍ୟରେ ୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୫୬ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୩ ଓ ସ୍ଥାନୀୟ ଅଂଚଳରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୦ ସଂକ୍ରମିତ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୬,ବାଲେଶ୍ୱର ଜିଲ୍ଲାରୁ ୬, ଯାଜପୁରରୁ ୫, ଝାରସୁଗୁଡାରୁ ୫, ପୁରୀରୁ ୫, ସୁନ୍ଦରଗଡରୁ ୫, କେନ୍ଦୁଝରରୁ ୪, ଭଦ୍ରକରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨, ମୟୂରଭଞ୍ଜରୁ ୨, କୋରାପୁଟରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ ପୁଲ୍‌ରୁ ୨୦ ମାମଲା ଆସିଛି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୧୬୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୪ ହଜାର ୯୩ । ରାଜ୍ୟରେ ବର୍ତ୍ତମାନ ୧ ହଜାର ୫୫୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.