ରାଜ୍ୟରେ ୨ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୨ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୪୯୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୭୪ ଓ ସ୍ଥାନୀୟ ଅଂଚଳରୁ ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୮୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ୨୫୧, ସୁନ୍ଦରଗଡରୁ ୧୦୧, ଝାରସୁଗୁଡାରୁ ୭୫, ଅନୁଗୁଳରୁ ୭୧, କଟକରୁ ୬୯, କୋରାପୁଟରୁ ୬୬, ଯାଜପୁରରୁ ୬୪, ଦେବଗଡରୁ ୬୨, ସମ୍ବଲପୁରରୁ ୫୯, ନୟାଗଡରୁ ୫୬, ରାୟଗଡାରୁ ୫୨, ବାଲେଶ୍ୱରରୁ ୫୦, ଗଜପତିରୁ ୪୫,କେନ୍ଦୁଝରରୁ ୪୨,କଳାହାଣ୍ଡିରୁ ୩୮, ପୁରୀରୁ ୩୭, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୩୪, ବୌଦ୍ଧରୁ ୩୨, କନ୍ଧମାଳରୁ ୩୧, ଢେଙ୍କାନାଳରୁ ୨୭, ଜଗତସିଂହପୁରରୁ ୨୪, ନୂଆପଡାରୁ ୨୩, ବରଗଡରୁ ୨୨, ବଲାଙ୍ଗିରରୁ ୨୨, କେନ୍ଦ୍ରାପଡାରୁ ୧୬, ଭଦ୍ରକରୁ ୯, ଗଞ୍ଜାମରୁ ୮, ମାଲକାନଗିରିରୁ ୭, ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍‌ପୁଲରୁ ୫୩ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି ।

ରାଜ୍ୟରେ ଏବେ ଚିକିତ୍ସାଧୀନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୫୨୫ ରହିଛି ।

Comments are closed.