ରାଜ୍ୟରେ ଆଉ ୧ ହଜାର ୫୦୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୦୩ ଆକ୍ରାନ୍ତ । ସଙ୍ଗରୋଧରୁ ୮୭୩ ଓ ସ୍ଥାନୀୟ ଅଂଚଳରୁ ୬୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୨୯ ଜଣ ହେଉଛନ୍ତି ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ୩୩୩, ସୁନ୍ଦରଗଡରୁ ୧୫୭, ମୟୂରଭଞ୍ଜରୁ ୧୦୮, କଟକରୁ ୮୩, ଯାଜପୁରରୁ ୫୫, ପୁରୀରୁ ୫୪, ନୟାଗଡରୁ ୫୩, ଅନୁଗୁଳରୁ ୫୧, ଢେଙ୍କାନାଳରୁ ୪୨, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୪୦, କେନ୍ଦୁଝରରୁ ୩୬, ଗଜପତିରୁ ୩୭, ବଲାଙ୍ଗୀରରୁ ୩୩, ରାୟଗଡାରୁ ୩୧ , ବାଲେଶ୍ୱରରୁ ୩୦, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୬, ଦେବଗଡରୁ ୨୫, ନୂଆପଡାରୁ ୨୫, ସୋନପୁରରୁ ୨୨, ବରଗଡରୁ ୨୧, ଭଦ୍ରକରୁ ୨୦, ନବରଙ୍ଗପୁରରୁ ୧୯, କନ୍ଧମାଳରୁ ୧୭, ବୌଦ୍ଧରୁ ୧୦, ମାଲକାନଗିରିରୁ ୮, କୋରାପୁଟରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬୧ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୧୯ ହାର ୩୮୬ ରହିଛି ।

Comments are closed.