ଗୀତା ମାହାତ୍ମ୍ୟ: ସାଂଖ୍ୟଯୋଗୌ ପୃଥକଵାଲା ପ୍ରବଦନ୍ତି ନ ପଣ୍ଡିତଃ ଏକମାପ୍ୟାସ୍ଥିତଃ ସମ୍ୟକ ଉଭୟୋର୍ବିନ୍ଦତେ ଫଳମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସାଂଖ୍ୟଯୋଗୌ ପୃଥକଵାଲା ପ୍ରବଦନ୍ତି ନ ପଣ୍ଡିତଃ
ଏକମାପ୍ୟାସ୍ଥିତଃ ସମ୍ୟକ ଉଭୟୋର୍ବିନ୍ଦତେ ଫଳମ।।

ହେ ଅର୍ଜ୍ଜୁନ ! ଉପରୋକ୍ତ ସନ୍ୟାସ ଓ କର୍ମଯୋଗକୁ ମୁର୍ଖ ବ୍ୟକ୍ତିମାନେ ପୃଥକ ପୃଥକ ଫଳଦାତା ବୋଲି କୁହନ୍ତି କିନ୍ତୁ ପଣ୍ଡିତମାନେ ସେପରି କୁହନ୍ତି ନାହିଁ। କାରଣ ସେହି ଦୁଇଟି ମଧ୍ୟରୁ କୌଣସି ଗୋଟିକରେ ବି ସମ୍ୟକ ଭାବରେ ଅବସ୍ଥିତ ହୋଇଥିବା ପୁରୁଷ ଉଭୟର ଫଳ ରୂପକ ପରମାତ୍ମାଙ୍କୁ ପାଇଯାଆନ୍ତି।

( ଗୀତା ୫ର୍ଥ ଅ। ୪ର୍ଥ ଶ୍ଲୋକ )

Comments are closed.