ରାଜ୍ୟରେ ଆଉ ୧୨୮ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟାରେ ୧୨୮ ରହିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୨ ଜଣ ୧୮ ବର୍ଷରୁ କମ ବୟସ୍କ ରହିଛନ୍ତି ‌। ସଙ୍ଗରୋଧରୁ ୭୩ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୮, କଟକରୁ ୪, ଗଜପତିରୁ ୧୯, ଯାଜପୁରରୁ ୨, ଝାରସୁଗୁଡାରୁ ୨୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୮, କୋରାପୁଟରୁ ୭,ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନବରଙ୍ଗପୁରରୁ ୫, ନୟାଗଡରୁ ୧, ନୂଆପଡାରୁ ୩,ପୁରୀରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୬୧୫ ରେ ପହଞ୍ଚିଛି ।

Comments are closed.