ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ଅକାଳ ବିୟୋଗ

ବରଗଡ଼: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରୀପୁନାଥ ସେଠଙ୍କ ୬୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଏନେଇ ତାଙ୍କ ପୁଅ ଅଭିଷେକ ସେଠଙ୍କ ଠାରୁ ସୂଚନା ମିଳିଛି ।

ବରପାଲି ମାଟିରେ ଜନ୍ମ ହୋଇଥିବା ସ୍ବର୍ଗତ ସେଠା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ତଥା ସୋନିଆ ଗାନ୍ଧୀଙ୍କ ଅତି ପ୍ରିୟ ଭାଜନ ହୋଇଥିଲେ । ସେ ପ୍ରଥମେ ବରପାଲି ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ତୁଲାଇ ଥିଲେ। ସେତେବେଳେ ଜଣେ ଟାଣୁଆ ପ୍ରଭାବ ଶାଳୀ ନେତା ଭାବରେ ସାରା ଓଡିଶାରେ ତାଙ୍କର ନାଁ ଥିଲେ ମଧ୍ଯ ଲୋକଙ୍କ ପ୍ରତି ତାଙ୍କର ବ୍ୟବହାର ଅତି ସାଧାରଣ ଥିଲା। ତାଙ୍କର ଅକାଳ ବିୟୋଗ ଆଜି ବରପାଲି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆଲୋଚନା ହେଉଛି ।

Comments are closed.