ମହାନଦୀରେ ନିଖୋଜ ତୃତୀୟ ନାବାଳକଙ୍କ ମୃତଦେହ ଉଦ୍ଧାର

ଜଗତପୁର – କଟକ ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୧୭ ବର୍ଷିୟ ରାଜ୍ ଓରଫ ସିଦ୍ଦିକ୍ ଖାନ୍ ।

ଗତ ରବିବାର ଦିନ ପ୍ରାୟ ୧ଟା ବେଳେ ମାଲଗୋଦାମ ଥାନା ଚାରିଘରିଆସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍, ରାଜ୍ ଓ ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ନିଜେ ପାଣି ସୁଅରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରି କେବଳ ସାହିଲଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିପାରିଥିଲେ। ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍ ୟୁସୁଫଙ୍କ ପୁଅ ସେକ ସାହିଲ୍ ଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲିର ସର୍ଚ୍ଚ ଅପରେସନ ବେଳେ ଛୋଟୁ ଓରଫ ଆୟୋର୍ ଖାନଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

Comments are closed.