ଏମଡ଼ିଏମ ଟଙ୍କା ଆତ୍ମସାତ ଅଭିଯୋଗ, ଗେଟ ବାହାରେ ବସିଲେ ଛାତ୍ରଛାତ୍ରୀ

ବଲାଙ୍ଗୀର: ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ସର୍ଗିପାଲି ଗ୍ରାମର ଆଜି ସକାଳ ସାତ ଟା ସମୟରେ ଏମଡିଏମ୍ ଟଙ୍କା ହେରଫେର ଅଭିଯୋଗ ହୋଇଛି ।ଏଥି ଯୋଗୁଁ ଗ୍ରାମବାସୀ ଓ ସ୍କୁଲ କମିଟି ଏକତ୍ରିତ ହୋଇ ସ୍କୁଲ ଗେଟରେ ତାଲା ପକାଇ ଥିଲେ । ସୂଚନା ଅନୁସାରେ ପୂର୍ବତନ ପ୍ରଧାନଶିକ୍ଷକ ସରୋଜକାନ୍ତ ପାଣିଗ୍ରାହୀ କରୋନା ସମୟରେ ପିଲାମାନଙ୍କ ଉଦ୍ଦିଷ୍ଠ ଏମ୍ ଡି ଏମ୍ ପଇସାରୁ ୬୦ ରୁ ୭୦ ହଜାର ଟଙ୍କା ଆତ୍ମସାତ କରିଛନ୍ତି । ବିଦ୍ୟାଳୟର ୟୁଟେନ୍ସିଲ ବାବଦକୁ ୨୦ ହଜାର ଟଙ୍କା କିନ୍ତୁ କୌଣସି ୟୁଟେନ୍ସିଲ ଜିନିଷ କିଣାଯାଇ ନାହିଁ । କମ୍ପୋଜିଟ ଗ୍ରାଣ୍ଡର ଦୁଇବର୍ଷର ପଇସା ଦଶ ହଜାର ଟଙ୍କାର ହିସାବ ତାଙ୍କ ପାଖରେ ନାହିଁ । ଇକୋ କ୍ଳବ ର ଦଶ ହଜାର ଟଙ୍କା ଉଠାଇଛନ୍ତି । ତାଙ୍କ ପାଖରେ ହିସାବ ମଧ୍ୟ ଦେଉନାହାନ୍ତି ।ବ୍ୟାଙ୍କ ର ପାସବୁକ ମାଗିଲେ ହଜିଯାଇଛି ବୋଲି କହୁଛନ୍ତି। MDM ଟଙ୍କା ପେନୁଆଲି ବାଣ୍ଟିଛନ୍ତି ଏବଂ ଗୋଟେ ଖାତାରେ ଲେଖିଛନ୍ତି ବୋଲି କହୁଛନ୍ତି । କିନ୍ତୁ ଖାତା ମାଗିଲେ ଖାତା ନାରାଜ ହେଉଛନ୍ତି । ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଜଣେଇ ଥିଲେ । ନୂତନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ପ୍ରକାଶ ଚନ୍ଦ୍ର ମାଝୀ ପତ୍ର ମାଧ୍ୟମରେ ବ୍ଲକଶିକ୍ଷା ଅଧିକାରୀଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସମାଧାନ ନ ହେବାରୁ ସ୍କୁଲ ଶିକ୍ଷା କମିଟି ଗ୍ରାମବାସୀ ଅଭିଭାବକ ଆଜି ସ୍କୁଲରେ ସମସ୍ତେ ମିଶି ତାଲା ପଖାଇଥିଲେ । ଫଳରେ ସ୍କୁଲ ବାହାରେ ଛାତ୍ରଛାତ୍ରୀ ମନେ ଖରାରେ ପାଠ ପଢ଼ୁଥିବାର ଦେଖିବାକୁ ମିଳିଥିଲା l

Comments are closed.