ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ

ଭୁବନେଶ୍ବର: ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ ୨୦୧୮-୧୯ ବର୍ଷରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ସମସ୍ତ କର ପ୍ରଦାନ କରି ବା ପରେ ୪,୬୭,୪୬,୯୯୬ ଟଙ୍କା ଲାଭ କରିଥିଲା। ତେଣୁ ରାଜ୍ୟ ସରକାରଙ୍କୁ ନିଗମ ୩୦ ପ୍ରତିଶତ ଲାଭାଂଶ ବାବଦରେ ୧,୪୦,୨୭,୧୦୩ ଟଙ୍କା ପ୍ରଦାନ କରିଛି।

ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚବ ରଞ୍ଜନା ଚୋପ୍ରା ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

Comments are closed.