ଦିଲ୍ଲୀରେ ପହଞ୍ଚିଲେ ବୋରିସ୍ ଜନସନ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ। ଜନସନ ଅହମ୍ମଦାବାଦରୁ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହା ପରେ ଜନସନ ସିଧାସଳଖ ରାଜ ଘାଟରେ ପହଞ୍ଚି ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କିଛି ସମୟ ପରେ ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ ଏବଂ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଆଲୋଚନା କରିବେ ।

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଆଲୋଚନା ହୋଇପାରେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜନସନଙ୍କ କଥାବାର୍ତ୍ତାର ମୁଖ୍ୟ କେନ୍ଦ୍ର ହେବ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ପରିସ୍ଥିତି । କାରଣ ବ୍ରିଟେନ ଏହି ଅଞ୍ଚଳରେ କୌଣସି ପ୍ରକାର ଜୋର୍ ଜବରଦସ୍ତିକୁ ଦୃଢ ବିରୋଧ କରୁଛି।

ଏଥିସହ ଦୁଇ ନେତା ବ୍ରିଟେନ ଏବଂ ଭାରତ ମଧ୍ୟରେ ରଣନୀତିକ ପ୍ରତିରକ୍ଷା, କୂଟନୈତିକ ଏବଂ ଅର୍ଥନୈତିକ ସହଭାଗିତା ଉପରେ ଆଲୋଚନା କରିବେ। ଦୁଇ ପ୍ରଧାନମନ୍ତ୍ରୀ ରୋଡମ୍ୟାପ ୨୦୩୦ର କାର୍ଯ୍ୟାନ୍ବୟନର ମଧ୍ୟ ସମୀକ୍ଷା କରିବେ ।

ମୋଦି ଏବଂ ଜନସନଙ୍କ ମଧ୍ୟରେ ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

Comments are closed.