ଘାଟିରେ ବସ ଦୁର୍ଘଟଣା,୧୫ ଆହତ

ବାଲିଗୁଡ଼ା – ବାଲିଗୁଡ଼ା ସବଡିବିଜନ ରୁତୁଙ୍ଗିଆ ଗାଁର ଡଲାବାଲି ଘାଟିରେ ବସ୍ ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତମାନଙ୍କ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଛି ।

ବସ୍‌ରେ ୨୫ରୁ ଅଧିକ ଯାତ୍ରୀ ଥିଲେ ।

Comments are closed.