୧୪୩ଟି ସାମଗ୍ରୀ ଉପରେ ବଢ଼ିପାରେ ଜିଏସଟି ହାର, କଂଗ୍ରେସ କହିଲା ‘ବିଜେପି ଥିଲେ ସବୁ ସମ୍ଭବ’

ନୂଆଦିଲ୍ଲୀ: ୧୪୩ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ଜିଏସଟି ପରିଷଦ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛି। ଯଦି ଏହି ପ୍ରସ୍ତାବରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ | ଜିଏସଟି ସ୍ଲାବ୍ ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ ‘ବିଜେପି ଥିଲେ ସବୁ ସମ୍ଭବ!’

ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, ଏବେ ତାତି ଆଉ ମହଙ୍ଗା ମାଡ଼ ଆହୁରି କଲବଲ କରିବ । ନିତ୍ୟ ବ୍ୟବହାର୍ଯ୍ୟ ୧୪୩ ଟି ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ଵାରା ପ୍ରତି ମାସରେ ୧,୪୨,୦୦୦ କୋଟିରୁ ଅଧିକ ଟିକସ ଆଦାୟ ହୋଇପାରିବ। ସେ ଆହୁରି ଲେଖିଛନ୍ତି, ପକେଟରେ ପଇସା ନାହିଁ, ବଜେଟ୍ ବିଗିଡି ଗଲାଣି | କାରଣ… ବିଜେପି ଥିଲେ ସବୁକିଛି ସମ୍ଭବ |

ଏକ ଜାତୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁ ୧୪୩ ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ସେ ମଧ୍ୟରେ ପାମ୍ପଡ, ଗୁଡ଼, ପାୱାର୍ ବ୍ୟାଙ୍କ, ୱାଚ୍, ସୁଟକେସ୍, ଅତର, ଟିଭି (୩୨ ଇଞ୍ଚ ପର୍ଯ୍ୟନ୍ତ), ଚକୋଲେଟ୍, ପୋଷାକ, ଗଗଲ୍ସ, ଫ୍ରେମ୍, ୱାଶବ୍ୟାସିନ୍, ବାଦାମ୍, କଷ୍ଟର୍ଡ ପାଉଡର, ହ୍ୟାଣ୍ଡ ବ୍ୟାଗ୍, ଚୁଇଙ୍ଗ୍ ଗମ୍, ନନ୍ ଆଲକହଲିକ୍ ଡ୍ରିଙ୍କ୍ସ, ଚଷମା ଓ ଚମଡ଼ା ​​ଆଦି ରହିଛି | ଉଲ୍ଲେଖଯୋଗ୍ୟ, ଜିଏସଟି ପରିଷଦ ପରାମର୍ଶ ଦେଇଛି ଯେ ଏଥିରୁ ପ୍ରାୟ ୯୨ ପ୍ରତିଶତ ଜିନିଷର ମୂଲ୍ୟ ୧୮ ପ୍ରତିଶତ ଜିଏସଟି ଟ୍ୟାକ୍ସ ସ୍ଲାବରୁ ପ୍ରାୟ ୨୮ ପ୍ରତିଶତ ଟ୍ୟାକ୍ସ ସ୍ଲାବକୁ ସ୍ଥାନାନ୍ତର କରାଯିବ। ଏହା ସହିତ, ଅନେକ ସାମଗ୍ରୀ ସେମାନଙ୍କୁ Exempt List ରୁ ହଟାଇ ଟ୍ୟାକ୍ସ ପରିସରଭୁକ୍ତ କରିବାକୁ ବିଚାର କରାଯାଉଛି | ନଭେମ୍ବର ୨୦୧୭ ଏବଂ ୨୦୧୮ ରେ ଯେଉଁ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଥିଲା ସେଗୁଡ଼ିକ ଉପରେ ପୁଣି ଟିକସ ବୃଦ୍ଧି ହୋଇପାରେ |

Comments are closed.