ଲଖିମପୁର ଖେରୀ ମାମଲା: ସରେଣ୍ଡର କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର

ଲକ୍ଷ୍ନୌ: ଲଖିମପୁର ଖେରୀରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରୁ ମିଳିଥିବା ତାଙ୍କ ଜାମିନକୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ ଏବଂ ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ କହିଥିଲେ। ଆଶିଷ ମିଶ୍ର ଏବେ ପୁଣିଥରେ ଲଖିମପୁର ଖେରୀ ଜେଲକୁ ଫେରିଛନ୍ତି।

ଆଶିଷ ମିଶ୍ର ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ। ଗତ ବର୍ଷ ଅକ୍ଟୋବରରେ ଲଖିମପୁର ଖେରୀରେ କୃଷକଙ୍କ ଆନ୍ଦୋଳନ ସମୟରେ ଗାଡ଼ି ଚଢାଇ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଛି । ଫେବୃଆରୀ ୨୦୨୨ରେ ଆଶିଷ ମିଶ୍ରଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେବେ ହାଇକୋର୍ଟ ନିଷ୍ପତ୍ତିକୁ ପୀଡ଼ିତ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏପ୍ରିଲ ୧ ରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ।

Comments are closed.