ସର୍ବସାଧାରଣଙ୍କ ପାଇଁ ବଜାରରେ ମିଳିବ କୋରୋନା ଔଷଧ ଫେଭିପିରାଭିର ଓ ରେମଡିସିଭିର ଇଂଜେକସନ

ନୂଆଦିଲ୍ଲୀ – ଏଚ୍ଚିକି ବଜାରରେ ମିଳିବ କୋରୋନା ଔଷଧ । ସାଧାରଣରେ କୋରୋନା ଔଷଧ ବିକ୍ରୀ ପାଇଁ ଭାରତର ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ-ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି । କିଛି ସର୍ତ ସହ ଫେଭିପିରାଭିର ଟାବଲେଟ୍ ଓ ରେମଡିସିଭିର ଇଂଜେକସନକୁ ବିକ୍ରୀ ଲାଗି ଅନୁମତି ଦେଇଛନ୍ତି ଡିଜିସିଆଇ । ଡାକ୍ତରଙ୍କ ପ୍ରେସକ୍ରିପସନ ଥିଲେ କୋରୋନା ଔଷଧ ମିଳିପାରିବ । କେଉଁ ଦୋକାନରେ ଔଷଧ ଓ ଇଂଜେକସନ ଉପଲବ୍ଧ ହେବ, ତାହା ଡ୍ରଗ୍ ଇନସପେକ୍ଟର ସ୍ଥିର କରିବେ । ଦୋକାନୀ ପ୍ରେସକ୍ରିପସନର ଜେରକ୍ସ କପି ରଖି ଔଷଧ ଦେବେ ବୋଲି ଡିଜିସିଆଇ ପକ୍ଷରୁ କୁହାଯାଇଛି ।

Comments are closed.