ଭାରତରେ କୋରୋନାର ୯୨ ହଜାର ୬୦୫ଟି ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ପାର, ମୃତ୍ୟୁ ସଂଖ୍ୟା ୮୬ ହଜାରରୁ ଅଧିକ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟା ମଧ୍ୟରେ କୋରୋନାର ୯୨ ହଜାର ୬୦୫ ନୂଆ ମାମଲା ଆସିଛି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ପାର କରିଛି । ମୋଟ ୫୪ ଲକ୍ଷ ୫୨୦ ମାମଲାରୁ ୧୦ ଲକ୍ଷ ୧୦ ହଜାର ୮୨୪ ସକ୍ରିୟ ମାମଲା ରହିଛି । ୪୩ ଲକ୍ଷ ୩ ହଜାର ୪୪ ଲୋକ କୋରୋନାରୁ ସୁସ୍ଥ ହୋଇସାରିଛନ୍ତି । ଗତ ୨୪ ଘଂଟାରେ ଦେଶରେ ଆଉ ୧ ହଜାର ୧୩୩ ଲୋକ ପ୍ରାଣ ହରାଇଛନ୍ତି । ଫଳରେ କୋରୋନା ମୃତ୍ୟୁସଂଖ୍ୟା ୮୬ ହଜାର ୭୫୨କୁ ବୃଦ୍ଧି ପାଇଛି ।

ସେପଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଦେଶରେ ମୋଟ ୬ କୋଟି ୩୬ ଲକ୍ଷ ୬୧ ହଜାର ୬୦ କୋରୋନା ଟେଷ୍ଟ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ କୋରୋନା ସଂକ୍ରମଣରୁ ସୁସ୍ଥ ପ୍ରତିଶଥ ହାର ପାଖାପାଖି ୮୦ ପ୍ରତିଶତ । କୋରୋନା ମୃତ୍ୟୁହାର ବି ହ୍ରାସ ପାଇଛି । ବର୍ତମାନ ଏହା ୧ ଦଶମିକ ୬୧ ପ୍ରତିଶତ ରହିଛି । ମନ୍ତ୍ରାଳୟ ଅନୁସାରେ ୫ଟି ରାଜ୍ୟ ଯଥା- ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ୟୁପିରୁ ଦେଶର ୬୦ ପ୍ରତିଶତ କୋରୋନା ମାମଲା ଆସିଛି ।

Comments are closed.