ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.କଟକ ଜଗତପୁର କୋଭିଡ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ଆଦେଶ ଦେଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ୨୪ ଘଂଟାରେ ଯାଂଚ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

୨.ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୭୦୪ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୭୯୬

୩.ଲଘୁଚାପ ପ୍ରଭାବ : ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ରାଜ୍ୟରେ ୪୫ରୁ ୫୫ କିମି ବେଗରେ ବହିବ ପବନ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

୪.ନାବାଳିକା ଗଣଦୁଷ୍କର୍ମ ମାମଲା : ରାଜ୍ୟ ମହିଳା କମିଶନଙ୍କଠାରେ ହାଜର ହେଲେ ଓଟିଭି ଏମଡି , କିନ୍ତୁ ଶୁଣାଣି ବେଳେ ଅନୁପସ୍ଥିତ, ପୁଣି ହେବ ସମନ

୫.ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ମାସ ୨୫ରେ ସବ ର୍ଦଳୀୟ ବୈଠକ

୬.ପାରାଦୀପ ବନ୍ଦରକୁ ବିଜୁବାବୁଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

୭.ରାଜ୍ୟସଭାରେ କୃଷି ବିଲ୍ ବିତର୍କ ବେଳେ ବିଶୃଙ୍ଖଳା ପଡିଲା ମହଙ୍ଗା, ଗୃହର ୮ ସଦସ୍ୟ ସପ୍ତାହେ ପାଇଁ ନିଲମ୍ବିତ

 

Comments are closed.