କୋରୋନା ସଂକଟ : ସର୍ବାଧିକ ପ୍ରଭାବିତ ୬ଟି ରାଜ୍ୟ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର, ୟୁପି. ତାମିଲନାଡୁ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବେ । ଏସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ବି ବୈଠକରେ ସାମିଲ ହେବେ । ଦେଶରେ କୋରୋନାର ୬୩ ପ୍ରତିଶତ ମାମଲା ୬ଟି ରାଜ୍ୟ ଓ ଦିଲ୍ଲୀରୁ ଆସୁଛି ।

Comments are closed.