ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହେଲେ ୪ ହଜାର ୯୮ ରୋଗୀ, ଖୋର୍ଧାରୁ ୭୦୪ ସୁସ୍ଥ

ଭୁବନେଶ୍ୱର- ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହୋଇଛନ୍ତି ୪ ହଜାର ୯୮ ଜଣ ରୋଗୀ । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ୪ଶହକୁ ବୃଦ୍ଧି କରାଯାଇଛି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଓ କଟକରୁ ୩୮୬ ରୋଗୀ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୩୬, ନୂଆପଡାରୁ ୨୦୯, ଅନୁଗୁଳରୁ ୧୬୫, ମୟୂରଭଂଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୨୩ ଲେଖାଏଁ, ଯାଜପୁରରୁ ୧୧୬, ବରଗଡରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡରୁ ୮୨ ସୁସ୍ଥ ହୋଇଛନ୍ତି । ଗଂଜାମରୁ ସୁସ୍ଥ ହୋଇଛନ୍ତି ୪୨ ଜଣ ।

Comments are closed.